ଜୀବକୋଷ ଓ

 

   ଏହାର ସଂଗଠନ 

 

 

     ଆମେ ସମସ୍ତେ ଅଳ୍ପ ବହୁତ ଜୀବକୋଷ (Cell) ବିଷୟରେ ଶୁଣିଛେ କିନ୍ତୁ  ଆମ ମନରେ ପ୍ରସ୍ନ ଉଠେ , ଏହା ଦେଖିବାକୁ କିପରି ? ଏହାକୁ ସର୍ବ

ରବର୍ଟ ହୁକ୍ 

ପ୍ରଥମେ ରବର୍ଟ୍ ହୁକ୍ (Robert Hooke) ନାମକ ଜଣେ ବୈଜ୍ଞାନିକ ୧୬୬୫ ମସିହାରେ ଏକ କର୍କ (Cork) ର ପତଳା ଖଣ୍ଡକୁ ନେଇ ଅନୁଧ୍ୟାନ କରିଥିଲେ ସେ କେତେକ ମହୁଫେଣା ଭଳିଆ କୋଠରୀ ଦେଖିବାକୁ ପାଇଥିଲେ ଏବଂ ତାକୁ ସେ “କୋଷ” ନାମରେ ନାମିତ କରିଥିଲେ ଯଦି ଆମେ ପିଆଜର ଏକ ପତଳା ସ୍ତରକୁ ନେଇ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିବା ତାହେଲେ ଅନେକ ଛୋଟ ଛୋଟ କୋଠରୀ ଦେଖିବାକୁ ପାଇବା, ଯେଉଁଗୁଡିକ ପ୍ରାୟତଃ ଆକାରରେ ସମାନ, ଏହାକୁ କୋଷ କୁହାଯାଏ


                                                            

                       

        

ରବର୍ଟ ବ୍ରାଉନ 
ପରବର୍ତ୍ତୀ ସମୟରେ 1831 ମସିହାରେ ରବର୍ଟ ବ୍ରାଉନ (Robert Brown) , ନ୍ୟଷ୍ଟି (Nucleus) ଓ ପୁରକିଞ୍ଜି (Purkinje), ଆଦିଜୀବକ (Cytoplasm) ଆବିଷ୍କାର କରିଥିଲେ ଉପରୋକ୍ତ ସମସ୍ତ ତଥ୍ୟକୁ ନେଇ ସିଲ୍ଡେନ ଓ ସ୍ଵାନ (Scheliden and Schwann) ନାମକ ଦୁଇଜଣ ବୈଜ୍ଞାନିକ କୋଷ ସିଦ୍ଧାନ୍ତ(Cell Theory) ଦେଇଥିଲେ ପୁଣି 1855  ମସିହାରେ ଭିର୍ଚୋ (Virchow) କହିଥିଲେ ଯେ “ କୋଷ ବିଭାଜନ କ୍ଷମ ଓ ଗୋଟିଏ ନୂତନ କୋଷର ସୃଷ୍ଟି ସର୍ବଦା ଏକ ପୂର୍ବ କୋଷରୁ ହିଁ ସମ୍ଭବ ହୋଇଥାଏ

       ଆମେ ଏହି ଜୀବଜଗତରେ ଅନେକ ପ୍ରକାରର ଜୀବ ଦେଖୁଛେ କିନ୍ତୁ ଏମାନଙ୍କ ମଧ୍ୟରେ ଅଧା ଏକକୋଷୀ ଓ ଅଧା ବହୁକୋଷୀ ବାକ୍ଟେରିଆ, ନୀଲହରିତ ଶୈବାଳ ଓ ଆଦିପ୍ରାଣୀ ଇତ୍ୟାଦି ଏକକୋଷୀ; ଅର୍ଥାତ ଏମାନଙ୍କ ଶରୀର ଗୋଟିଏ କୋଷରେ ହିଁ ଗଠିତ ଅନ୍ୟପଟେ ଉଚ୍ଚ ଜାତିର ପ୍ରାଣୀ ଓ ଉଦ୍ଭିଦମାନେ ବହୁକୋଷୀ ଏକକୋଷୀ ଜୀବମାନଙ୍କର ସମସ୍ତ ଜୀବନ ପ୍ରକ୍ରିୟା ଯଥା :- ଶ୍ଵସନ (Respiration), ପରିପାକ (Digestion), ରେଚନ (Excretion) ଇତ୍ୟାଦି ସେଇ ଗୋଟିଏ ଜୀବକୋଷ ମଧ୍ୟରେ ହିଁ ସମ୍ପନ୍ନ ହୋଇଥାଏ କିନ୍ତୁ ବହୁକୋଷୀ ଜୀବମାନଙ୍କର ପ୍ରତ୍ୟେକ କାର୍ଯ୍ୟ ପାଇଁ ଅଲଗା ଅଲଗା ଆଙ୍ଗିକା ରହିଛି

 

ଜୀବର ମୌଳିକ ଏକକ : କୋଷ

      ଯେକୌଣସି ଏକ କୋଷକୁ ଲକ୍ଷ୍ୟକଲେ ଆମେ ଜାଣିପାରିବା କି ପ୍ରତ୍ୟେକ କୋଷର ଜୀବନ ଧାରଣର କ୍ଷମତା ସହିତ ସମସ୍ତ ଜୀବନ ପ୍ରକ୍ରିୟାକୁ ସୂଚାରୁ ରୂପେ ସମାଧାନ କରିବାର କ୍ଷମତା ରହିଛି ଏଣୁ କୋଷକୁ ଜୀବର ମୌଳିକ ଏକକ (Unit of Life) କୁହାଯାଏ ପ୍ରତ୍ୟେକ କୋଷରେ ଅଲଗା ଅଲଗା ଅନେକ ଛୋଟ ବଡ କୋଷ ଆଙ୍ଗିକା (Cell Organelles) ରହିଛି ପ୍ରତ୍ୟେକ କୋଷ ଅଙ୍ଗିକାର ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟ ରହିଛି ଯେପରିକି ହରିତ ଲବକ (Chloroplast) ର ଖାଦ୍ୟ ପ୍ରସ୍ତୁତିକରଣ ଏହି ସମସ୍ତ ଅଙ୍ଗିକାକୁ ନେଇ କୋଷ ଗଠିତ ଏଣୁ କୋଷ ହିଁ ଜୀବନର ମୂଳ ଆଧାର ଓ ଜୀବର ସମସ୍ତ କ୍ରିୟା ପ୍ରକ୍ରିୟାର ମୌଳିକ ଏକକ

                                             ଉଦ୍ଭିଦ କୋଷ 
ପ୍ରାଣୀ କୋଷ 

      

   ସାଧାରଣତଃ କୋଷକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା :- ପ୍ରାକ୍ ନ୍ୟଷ୍ଟିୟ କୋଷ (Prokaryotic Cell) ଓ ସୁନ୍ୟଷ୍ଟିୟ କୋଷ (Eukaryotic Cell) ବାକ୍ଟେରିଆ, ନୀଲହରିତ ଶୈବାଳ ଆଦି ପ୍ରାକ୍ ନ୍ୟଷ୍ଟିୟ  ହୋଇଥିବା ବେଳେ ଏକକୋଷୀ ଆଦିପ୍ରାଣୀ ଠାରୁ ଆରମ୍ଭ କରି ବହୁକୋଷୀ କବକ , ଉଦ୍ଭିଦ ଓ ପ୍ରାଣୀ ସମସ୍ତେ ସୁନ୍ୟଷ୍ଟିୟ ଅନ୍ତର୍ଗତ ସର୍ବପ୍ରଥମେ ପ୍ରାକ୍ ନ୍ୟଷ୍ଟିୟ କୋଷ ତିଆରି ହୋଇଥିଲା ଏବଂ ତାଠାରୁ ହିଁ ସୁନ୍ୟଷ୍ଟିୟ କୋଷର ସୃଷ୍ଟି ହୋଇଥିଲା ପ୍ରାକ୍ ନ୍ୟଷ୍ଟିୟ କୋଷରେ କୋଷଝିଲ୍ଲୀ (Plasma Membrane), ନ୍ୟଷ୍ଟି (Nucleus) ଓ ଝିଲ୍ଲୀ ଆବୃତ ଆଙ୍ଗିକାଗୁଡିକ (Membrane bounded organelles) ନଥାଏ କିନ୍ତୁ ଏଗୁଡିକ ସୁନ୍ୟଷ୍ଟିୟ କୋଷରେ ଭଲ ଭାବରେ ଦେଖାଯାଏ

 

କୋଷଝିଲ୍ଲୀ(CELL MEMBRANE)

କୋଷଝିଲ୍ଲୀ 

            କୋଷର ବିଭିନ୍ନ ପଦାର୍ଥକୁ ଆବୃତ ଆକରୀ ରଖିଥିବା ଆବରଣକୁ କୋଷଝିଲ୍ଲୀ (Cell Membrane) କୁହାଯାଏ ଏହା ଛିଦ୍ରଯୁକ୍ତ, ତେଣୁ ଏହା ବିଭିନ୍ନ ପଦାର୍ଥର ଯାତାୟାତରେ ସାହାଯ୍ୟ କରେ ଏହାଦେଇ କେବଳ କେତେକ ନିର୍ଦ୍ଧିଷ୍ଟ ପଦାର୍ଥର ହିଁ ଗମନା ଗମନ ସମ୍ଭବ ହୋଇଥାଏ, ତେଣୁ ଏହାକୁ ଅର୍ଦ୍ଧପାରଗମ୍ୟ ଝିଲ୍ଲୀ ମଧ୍ୟ କୁହାଯାଏ କୋଷଝିଲ୍ଲୀ ମଧ୍ୟମରେ ଗ୍ୟାସୀୟ ପଦାର୍ଥର ପରିବହନ ବିସରଣ (Diffusion) ପ୍ରକ୍ରିୟା ଦ୍ଵାରା ହେଉଥିବା ବେଳେ ଜଳ ଅଣୂର ପରିବହନ ପରାସରଣ (Osmosis) ପ୍ରକ୍ରିୟା ଦ୍ଵାରା ହୋଇଥାଏ ଜଳ ଅଣୁ ସର୍ବଦା କମ୍ ଗାଢ ଅଞ୍ଚଳରୁ ଅଧିକ ଗାଢ ଅଞ୍ଚଳକୁ ଯାଇଥାଏ ଏତତ୍ ବ୍ୟତୀତ ଆଉ କେତେକ ପଦାର୍ଥ ସକ୍ରିୟ ପରିବହନ (Active Transport) ଦ୍ଵାରା ଯାତାୟାତ କରିଥାଏ

Text Box: କୋଷଝିଲ୍ଲୀ

 

କୋଷଭିତ୍ତି(CELL WALL)

       ଉଦ୍ଭିଦ କୋଷରେ କୋଷଝିଲ୍ଲୀ ବାହାର ପଟେ ଏକ ସକ୍ତ ଆବରଣ ଦେଖାଯାଏ ଏହାକୁ କୋଷଭିତ୍ତି (Cell Wall) କୁହାଯାଏ ଏହା ସେଲ୍ୟୁଲୋଜ (Cellulose) ନାମକ ଏକ ଶ୍ଵେତସାର ଦ୍ଵାରା ଗଠିତଏହା କେବଳ ଉଦ୍ଭିଦ କୋଷ ଏବଂ ବାକ୍ଟେରିଆ କୋଷରେ ହିଁ ଦେଖାଯାଏ

ଏହା କୋଷକୁ ଦୃଢତା ଓ ଆକୃତି ଦେଇଥାଏ


କୋଷଜୀବକ (CYTOPLASM)

      କୋଷଜୀବକ, କୋଷଝିଲ୍ଲୀ ଓ ନ୍ୟଷ୍ଟି ମଧ୍ୟରେ ରହିଥାଏ ଏହା ସାଧାରଣତଃ ସ୍ଵଚ୍ଛ, ତରଳ  ଓ ଗତିଶୀଳ ଏଥିରେ ଉଭୟ ଜୈବିକ ଓ ଅଜୈବିକ ଉପାଦାନ ରହିଛି କୋଷଜୀବକ ମଧ୍ୟରେ ଅନେକ କୋଷଅଙ୍ଗିକା ରହିଛି ଯଥା :- ମାଇଟୋକଣ୍ଡ୍ରିଆ(maitochondria), ରାଇବୋଜୋମ୍ (Ribosome), ଗଲଗିବଡି (galgibody) , ଏଣ୍ଡୋପ୍ଳାଜମିକ ରେଟିକୁଲମ (Endoplasmic Reticulum), ରସଧନୀ (Vacuole), ଲବକ (Plastid) ଇତ୍ୟାଦି  । ଏତତ୍ ବ୍ୟତୀତ ପୁଷ୍ଟିସାର (Protein), ମାଇକ୍ରୋଫିଲାମେଣ୍ଟ  (Microfilament) ଇତ୍ୟାଦି ମଧ୍ୟ ରହିଥାଏ । ଏହି କୋଷଅଙ୍ଗିକା ଗୁଡିକୁ ଦେଖିବା ପାଇଁ ଇଲେକଟ୍ରନ ଅଣୁବୀକ୍ଷଣ ଯନ୍ତ୍ରର ଆବଶ୍ୟକ ପଡିଥାଏ ।

 

 ମାଇଟୋକଣ୍ଡ୍ରିଆ (MITOCHONDRIA)

             ମାଇଟୋକଣ୍ଡ୍ରିଆ


                   ଏହା ସମସ୍ତ ସୁନ୍ୟଷ୍ଟିୟ କୋଷରେ ଦେଖାଯାଏ, କିନ୍ତୁ ପ୍ରକ୍ ନ୍ୟଷ୍ଟିୟ କୋଷରେ ଦେଖାଯାଏ ନାହିଁ ଏହାର ଆକାର ସିଲିଣ୍ଡର ବା କାକୁଡି ଆକୃତିର ଏହାର ଝିଲ୍ଲୀ ଦ୍ଵିସ୍ତରୀୟ, ବାହାର ଝିଲ୍ଲୀଟି ଛିଦ୍ରଯୁକ୍ତ ଓ ଚିକ୍କଣ ହୋଇଥିବା ବେଳେ ଅନ୍ତଃସ୍ତର ଝିଲ୍ଲୀଟି ଭିତର ପଟକୁ ଭାଙ୍ଗିହୋଇ ଆଙ୍ଗୁଠି ଭଳି ଲମ୍ବିଥାଏ, ଏଗୁଡ଼ିକୁ କ୍ରିଷ୍ଟା କୁହାଯାଏ ଏହି କ୍ରିଷ୍ଟାଠାରେ ଅମ୍ଳଜାନର ଜାରଣ ହୋଇ ଶକ୍ତି (ATP) ଉତ୍ପନ୍ନ ହୋଇଥାଏ ATP କୁ କୋଷର ଶକ୍ତିମୁଦ୍ରା କୁହାଯାଏ ଯେହେତୁ ମାଇଟୋକଣ୍ଡ୍ରିଆଠାରେ ଶକ୍ତିମୁଦ୍ରା ବା ATP ତିଆରି ହୁଏ , ତେଣୁ ମାଇଟୋକଣ୍ଡ୍ରିଆକୁ କୋଷର ଶକ୍ତିକେନ୍ଦ୍ର କୁହାଯାଏ ମାଇଟୋକଣ୍ଡ୍ରିଆର ନିଜସ୍ଵ DNA ଅଣୁ ଓ ରାଇବୋଜୋମ ଥିବାରୁ ଏହାକୁ ଅର୍ଦ୍ଧସ୍ଵଂଚାଳିତ ଅଙ୍ଗିକା ମଧ୍ୟ କୁହାଯାଏ ।

ରସଧାନୀ (VACUOLE)

       ସମସ୍ତ ଉଦ୍ଭିଦ ଓ କେତେକ ଆଦିପ୍ରାଣୀମାନଙ୍କ ଠାରେ ଅନେକ ଛୋଟ ବଡ ଥଳି ରହିଥାଏ ସେଗୁଡିକୁ ରସଧାନୀ (Vacuole) କୁହାଯାଏ ଏହି ଥଳି ଭିତରେ ବିଭିନ୍ନ ପ୍ରକାରର ଦ୍ରବଣ ଓ ତରଳ ପଦାର୍ଥ ରହିଥାଏ ପ୍ରତ୍ୟେକ ରସଧାନୀ ଏକ ଆବରଣ ଦ୍ଵାରା ଆବୃତ ଏକକୋଷୀ ଆଦିପ୍ରାଣୀମାନଙ୍କ ଠାରେ ସଙ୍କୋଚ ରସଧାନୀ (Contractile Vacuole) ଓ ଖାଦ୍ୟ ରସଧାନୀ (Food Vacuole) ନାମକ ଦୁଇଟି ରସଧାନୀ ରହିଥାଏ ଯାହାକି ଜଳ ଓ ଖାଦ୍ୟ ପଚନକୁ ନିୟନ୍ତ୍ରଣ କରିଥାନ୍ତି, ଯଥାକ୍ରମେ ଉଦ୍ଭିଦ କୋଷର ରସଧାନୀ ସାଧାରଣତଃ ବଡ ଥାଏ ଓ ଏହା କୋଷର ସ୍ଫୀତି ଓ ଦୃଢତା ବଢାଏ

 

ଏଣ୍ଡୋପ୍ଲାଜମିକମିକ ରେଟିକୁଲମ (ENDOPLASMIC RETICULUM)

        ଏହା ଜାଳିକା ପ୍ରକୃତିର, ଏହି ଜାଳିକା ନ୍ୟଷ୍ଟିର ବାହାର ଆବରଣ ସହ ଯୋଡିହୋଇ କୋଷଝିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ଦିଗରେ ବିସ୍ତୃତ ହୋଇ ରହିଥାଏ । ଏହା ଦୁଇପ୍ରକାରର ଯଥା :- ମସୃଣ E.R. ଓ ଅମସୃଣ E.R. । ଏମାନେ ଦୁହେଁ ପରସ୍ପର ସହ ଯୋଡିହୋଇ ରହିଥାନ୍ତି । ଅମସୃଣ ER ର ଉପରେ ରାଇବୋଜୋମ ରହିଥାଏ , ତେଣୁ ଏହା ଅମସୃଣ କିନ୍ତୁ ମସୃଣ ER ର ଆବରଣ ଉପରେ ନଥାଏ , ତେଣୁ ଏହା ମସୃଣ ER କୋଷ ଭିତରେ ବିଭିନ୍ନ ପଦାର୍ଥର ଯାତାୟାତରେ ସାହାଯ୍ୟ କରେ ଓ କୋଷଝିଲ୍ଲୀ ତିଆରିରେ ମଧ୍ୟ ସାହାଯ୍ୟ କରିଥାଏ ଯାହାକୁ ଝିଲ୍ଲୀ ନିର୍ମାଣ ପ୍ରକ୍ରିୟା କୁହାଯାଏ । ER ଭିତରେ ବିଭିନ୍ନ ଦୂଷିତ ପଦାର୍ଥର ମଧ୍ୟ ବିନାଶ ଘଟିଥାଏ

 

ଗଲଗିବଡି (GOLGIBODY)

         ଏଗୁଡିକ ଚକ୍ରାକାର  ଥଳି, ଚେପଟା ନଳୀ କିମ୍ବା ସୂକ୍ଷ୍ମ ଜାଳିକା ପରି ହୋଇ ଗୋଟିଏ ଉପରେ ଗୋଟିଏ ସମାନ୍ତରାଳ ଭାବରେ ER ପାଖରେ ରହିଥାନ୍ତି ଏମାନଙ୍କ ଝିଲ୍ଲୀ ER ସହିତ ସଂଯୋଗ ହୋଇ ବିଭିନ୍ନ ଦରକାରୀ ପଦାର୍ଥର ଆଦାନ ପ୍ରଦାନରେ ସାହାଯ୍ୟ କରିଥାନ୍ତି ଉଦ୍ଭିଦ କୋଷରେ ଥିବା ଗଲଗିବଡିକୁ ଦିକ୍ଟିଓଜୋମ (Dictosome) କୁହାଯାଏ ଏଗୁଡିକ କୋଷଭିତ୍ତି ତିଆରିରେ ସାହାଯ୍ୟ କରିବା ସହିତ ବିଭିନ୍ନ ପ୍ରକାରର ଏନଯାଇମ୍ କ୍ଷରଣ କରିଥାନ୍ତି

 

 

ରାଇବୋଜୋମ (RAIBOSOME)

                  ରାଇବୋଜୋମର ଆକାର କ୍ଷୁଦ୍ର ଦାନା ସଦୃଶ୍ୟ ଏଗୁଡିକ ଅମସୃଣ ER ସହିତ ମିଶି ତା ଉପରେ କିମ୍ବା କୋଷାଜୀବକରେ ସ୍ଵାଧୀନ ଭାବରେ ରହିଥାନ୍ତି କିଛି RNA ରାଇବୋଜୋମ ସହିତ ମିଶି ରାଇବୋଜୋମାଳ୍ RNA (Ribosomal RNA) ତିଆରି କରିଥାନ୍ତି DNA ଅଣୁର ନିର୍ଦ୍ଧେଶରେ ବାର୍ତ୍ତାବହ RNA (mRNA) ରାଇବୋଜୋମ ସହ ମିଶି ପୁଷ୍ଟିଷାର ତିଆରି କରିଥାନ୍ତି ଏହା ଏକ ଜଟିଳ ପ୍ରକ୍ରିୟା, ଏଥିପାଇଁ ଅନ୍ୟଏକ ପ୍ରକାରର RNA / ସ୍ଥାନାନ୍ତର RNA (tRNA) , ଏମିନୋ ଅମ୍ଳ (Amino Acid) ଓ କେତେକ ଏନଯାଇମ୍ ସହ ମିଶି ପୁଷ୍ଟିଷାର ସଂଶ୍ଲେଷଣ କରିଥାନ୍ତି

 

 

ଲାଇସୋଜୋମ (LYSOSOME)

          ଲାଇସୋଜୋମ୍ ବହୁଳ ଭାବରେ ପ୍ରାଣୀ କୋଷରେ ଦେଖିବାକୁ ମିଲେ ଏହା ଏକ ଝିଲ୍ଲୀ ଦ୍ଵାରା ଆବୃତ ହୋଇ ରହିଥାଏ ଏଥିରେ ଅନେକ ପ୍ରକାରର ପାଚକ ଏନଯାଇମ୍ ରହିଥାଏ କୌଣସି କାରଣରୁ ଜୀବକୋଷଟି କ୍ଷତିଗ୍ରସ୍ତ କିମ୍ବା ରୁଗ୍ଣ ହୋଇଗଲେ ଲାଇସୋଜୋମ୍ ରେ ଥିବା ପାଚକ ଏନଯାଇମ୍ ଜୀବକୋଷର ବିଭିନ୍ନ ଜୈବିକ ପଦାର୍ଥର ପଚନ ଘଟାଇଥାନ୍ତି, ତେଣୁ ଲାଇସୋଜୋମ୍ କୁ ପାଚକଥଳି କୁହାଯାଏ ଜୀବକୋଷର ଜୈବିକ ପଦାର୍ଥକୁ ନଷ୍ଟ କରିବା ସହିତ ସେ ନିଜର ମଧ୍ୟ କ୍ଷତି ଘଟାଇ ଥାଏ  ଏବଂ ଶେଷରେ ସେ ନିଜେ ମରିଯାଏ, ତେଣୁ ଲାଇସୋଜୋମ୍ କୁ ଆତ୍ମଘାତୀ ଥଳି ମଧ୍ୟ କୁହାଯାଏ

 

ଲବକ (PLASTID)  

      

ଲବକ 
ଲବକ ମୁଖ୍ୟତଃ ଉଦ୍ଭିଦ କୋଷରେ ଦେଖାଯାଏ ଏହା ସାଧାରଣତଃ ଦୁଇ ପ୍ରକାରର ଯଥା :- ବର୍ଣ୍ଣହୀନ ଲବକ ଓ ରଙ୍ଗୀନ ଲବକ ବର୍ଣ୍ଣହୀନ ଲବକ ଉଦ୍ଭିଦର ଧଳା ବା ବର୍ଣ୍ଣହୀନ ଅଞ୍ଚଳରେ ଦେଖାଯାଏ ଯେପରିକି ମୂଳ ବା ଚେର ଓ ଏହା ଉଦ୍ଭିଦର ଖାଦ୍ୟକୁ ଭର୍ତ୍ତି କରି ରଖିବାରେ ସାହାଯ୍ୟ କରିଥାଏ । ରଙ୍ଗୀନ ଲବକ ଉଦ୍ଭିଦର ରଙ୍ଗୀନ ଅଂଶରେ ଦେଖିବାକୁ ମିଳିଥାଏ ଏହା ଉଦ୍ଭିଦର ସୌନ୍ଦର୍ଜ୍ୟ ବଢାଇବା ସହିତ ଆଲୋକଶ୍ଲେଷଣ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ରଙ୍ଗୀନ ଲବକ ଭିତରେ ଓ  ଗୋଟିଏ ଲବକକୁ ମଧ୍ୟ ରଖାଯାଇଛି ଯାହାକୁ ହରିତ ଲବକ କୁହାଯାଏ ସାଧାରଣତଃ ହରିତ ଲବକ ହିଁ ଆଲୋକଶ୍ଳେଷଣ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ଏହା ଉଦ୍ଭିଦର ସବୁଜ ଅଂଶରେ ଦେଖାଯାଇଥାଏ

 

 

ନ୍ୟଷ୍ଟି (NUCLEUS)      

                             

               ନ୍ୟଷ୍ଟି
ନ୍ୟଷ୍ଟି ଜୀବକୋଷର ଏକ ମୁଖ୍ୟ ଅଙ୍ଗିକା ଏହା ସାଧାରଣତଃ ଦ୍ଵିସ୍ତରୀୟ ଝିଲ୍ଲୀ ଦ୍ଵାରା ଆବୃତ ହୋଇ ରହିଥାଏ ଏହି ଝିଲ୍ଲୀ ଛିଦ୍ରଯୁକ୍ତ, ଯାହାକି ବିଭିନ୍ନ ଦରକାରୀ ପଦାର୍ଥର ଆଦାନ ପ୍ରାଦାନରେ ସାହାଯ୍ୟ କରିଥାଏ ନ୍ୟଷ୍ଟିର ଗଠନ ଅନୁସାରେ କୋଷକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା :- ପ୍ରାକ୍ ନ୍ୟଷ୍ଟିୟ କୋଷ ଓ ସୁନ୍ୟଷ୍ଟିୟ କୋଷ ସୁନ୍ୟଷ୍ଟିୟ କୋଷରେ ନ୍ୟଷ୍ଟି ଭଲ ଭାବରେ ସଂଗଠିତ ହୋଇ ରହିଥିବା ବେଳେ ପ୍ରାକ୍ ନ୍ୟଷ୍ଟିୟ କୋଷରେ ଏହା ହୋଇ ନଥାଏ ଏ ବିଷୟରେ ଆମେ ଆଗରେ ଆଲୋଚନା କରିସାରିଛେ । ନ୍ୟଷ୍ଟି ଭିତରେ କ୍ରୋମୋଜୋମ୍ (Chromosome) ରହିଥାଏ । ନ୍ୟଷ୍ଟି ଜୀବକୋଷର ମୁଖ୍ୟ ଅଙ୍ଗିକା ଅଟେ, କାରଣ କୋଷର ସମସ୍ତ କାର୍ଯ୍ୟକୁ ନ୍ୟଷ୍ଟି ନିୟନ୍ତ୍ରଣ କରିଥାଏ

 

ସୁନ୍ୟଷ୍ଟିୟ ଓ ପ୍ରାକ୍ ନ୍ୟଷ୍ଟିୟ କୋଷ 

କ୍ରୋମୋଜୋମ୍ (CHROMOSOME)

               

କ୍ରୋମୋଜୋମ 
ପ୍ରତ୍ୟେକ ଜୀବର କୋଷରେ ଏକ ନିର୍ଦ୍ଧିଷ୍ଟ ସଂଖ୍ୟକ କ୍ରୋମୋଜୋମ୍ ରହିଛି ଯେପରିକି ମଣିଷର 23 ଯୋଡା ବା 46 ଟି ଏହି ସଂଖ୍ୟାକୁ ଦ୍ଵିଗୁଣିତ (2n) ବା ଅଗୁଣିତ (n) ଭାବରେ ଧରାଯାଏ ଦ୍ଵିଗୁଣିତ କ୍ରୋମୋଜୋମ୍ ସଂଖ୍ୟା କାୟିକ ବା ସୋମାଟିକ କୋଷରେ ରହିଥିବା ବେଲେ ଏକଗୁଣିତ କ୍ରୋମୋଜୋମ୍ ସଂଖ୍ୟା ଜନନ କୋଷରେ ରହିଥାଏ କ୍ରୋମୋଜୋମ୍ ସାଧାରଣ ଅବସ୍ଥାରେ ଦେଖାଯାଏ ନାହିଁ, ଏହା କୋଷବିଭାଜନ ସମୟରେ କୁନ୍ତଳିତ ହୋଇଥାଏ ତେଣୁ ଏ ଅବସ୍ଥାରେ ଭଲ ଭାବରେ ଦେଖାଯାଏ । କ୍ରୋମୋଜୋମ୍ ର ମଧ୍ୟଭାଗକୁ ସେଣ୍ଟ୍ରୋମିଅର (Centromere) ଓ ଅଗ୍ରଭାଗକୁ ଟିଲୋମିଅର (Telomere) କୁହାଯାଏ । କ୍ରୋମୋଜୋମ୍ ଭିତରେ DNA ରହିଥାଏ , ଯାହାକି ଏକ ଜୀବର ଗୁଣ ନିର୍ଧାରଣ କରିଥାଏ                 

  

                       

                

                                    

                                                                                                                                                                                                                       

  


Post a Comment

Previous Post Next Post