ଜୀବକୋଷ ଓ
ଆମେ ସମସ୍ତେ ଅଳ୍ପ ବହୁତ ଜୀବକୋଷ (Cell) ବିଷୟରେ ଶୁଣିଛେ । କିନ୍ତୁ ଆମ ମନରେ ପ୍ରସ୍ନ ଉଠେ , ଏହା ଦେଖିବାକୁ କିପରି ? ଏହାକୁ ସର୍ବ
ରବର୍ଟ ହୁକ୍ |
ପ୍ରଥମେ ରବର୍ଟ୍ ହୁକ୍ (Robert Hooke) ନାମକ ଜଣେ ବୈଜ୍ଞାନିକ ୧୬୬୫ ମସିହାରେ ଏକ କର୍କ (Cork) ର ପତଳା ଖଣ୍ଡକୁ ନେଇ ଅନୁଧ୍ୟାନ କରିଥିଲେ । ସେ କେତେକ ମହୁଫେଣା ଭଳିଆ କୋଠରୀ ଦେଖିବାକୁ ପାଇଥିଲେ ଏବଂ ତାକୁ ସେ “କୋଷ” ନାମରେ ନାମିତ କରିଥିଲେ । ଯଦି ଆମେ ପିଆଜର ଏକ ପତଳା ସ୍ତରକୁ ନେଇ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିବା ତାହେଲେ ଅନେକ ଛୋଟ ଛୋଟ କୋଠରୀ ଦେଖିବାକୁ ପାଇବା, ଯେଉଁଗୁଡିକ ପ୍ରାୟତଃ ଆକାରରେ ସମାନ, ଏହାକୁ କୋଷ କୁହାଯାଏ ।
ପରବର୍ତ୍ତୀ ସମୟରେ 1831
ମସିହାରେ ରବର୍ଟ ବ୍ରାଉନ (Robert Brown) , ନ୍ୟଷ୍ଟି (Nucleus) ଓ ପୁରକିଞ୍ଜି (Purkinje), ଆଦିଜୀବକ (Cytoplasm) ଆବିଷ୍କାର କରିଥିଲେ । ଉପରୋକ୍ତ ସମସ୍ତ ତଥ୍ୟକୁ ନେଇ ସିଲ୍ଡେନ ଓ ସ୍ଵାନ (Scheliden and Schwann) ନାମକ ଦୁଇଜଣ
ବୈଜ୍ଞାନିକ କୋଷ ସିଦ୍ଧାନ୍ତ(Cell Theory) ଦେଇଥିଲେ । ପୁଣି 1855 ମସିହାରେ ଭିର୍ଚୋ (Virchow) କହିଥିଲେ ଯେ “ କୋଷ ବିଭାଜନ କ୍ଷମ ଓ ଗୋଟିଏ ନୂତନ କୋଷର
ସୃଷ୍ଟି ସର୍ବଦା ଏକ ପୂର୍ବ କୋଷରୁ ହିଁ ସମ୍ଭବ ହୋଇଥାଏ । ” ରବର୍ଟ ବ୍ରାଉନ
ଆମେ ଏହି ଜୀବଜଗତରେ ଅନେକ
ପ୍ରକାରର ଜୀବ ଦେଖୁଛେ । କିନ୍ତୁ ଏମାନଙ୍କ ମଧ୍ୟରେ ଅଧା ଏକକୋଷୀ ଓ ଅଧା ବହୁକୋଷୀ । ବାକ୍ଟେରିଆ, ନୀଲହରିତ ଶୈବାଳ ଓ ଆଦିପ୍ରାଣୀ ଇତ୍ୟାଦି ଏକକୋଷୀ; ଅର୍ଥାତ ଏମାନଙ୍କ ଶରୀର ଗୋଟିଏ କୋଷରେ ହିଁ ଗଠିତ । ଅନ୍ୟପଟେ ଉଚ୍ଚ ଜାତିର
ପ୍ରାଣୀ ଓ ଉଦ୍ଭିଦମାନେ ବହୁକୋଷୀ । ଏକକୋଷୀ ଜୀବମାନଙ୍କର ସମସ୍ତ ଜୀବନ ପ୍ରକ୍ରିୟା ଯଥା :- ଶ୍ଵସନ (Respiration), ପରିପାକ (Digestion), ରେଚନ (Excretion) ଇତ୍ୟାଦି ସେଇ ଗୋଟିଏ
ଜୀବକୋଷ ମଧ୍ୟରେ ହିଁ ସମ୍ପନ୍ନ ହୋଇଥାଏ । କିନ୍ତୁ ବହୁକୋଷୀ ଜୀବମାନଙ୍କର ପ୍ରତ୍ୟେକ କାର୍ଯ୍ୟ ପାଇଁ ଅଲଗା ଅଲଗା ଆଙ୍ଗିକା ରହିଛି ।
ଜୀବର ମୌଳିକ ଏକକ : କୋଷ
ଯେକୌଣସି ଏକ କୋଷକୁ ଲକ୍ଷ୍ୟକଲେ ଆମେ ଜାଣିପାରିବା କି ପ୍ରତ୍ୟେକ କୋଷର ଜୀବନ ଧାରଣର କ୍ଷମତା ସହିତ ସମସ୍ତ ଜୀବନ ପ୍ରକ୍ରିୟାକୁ ସୂଚାରୁ ରୂପେ ସମାଧାନ କରିବାର କ୍ଷମତା ରହିଛି । ଏଣୁ କୋଷକୁ ଜୀବର ମୌଳିକ ଏକକ (Unit of Life) କୁହାଯାଏ । ପ୍ରତ୍ୟେକ କୋଷରେ ଅଲଗା ଅଲଗା ଅନେକ ଛୋଟ ବଡ କୋଷ ଆଙ୍ଗିକା (Cell Organelles) ରହିଛି । ପ୍ରତ୍ୟେକ କୋଷ ଅଙ୍ଗିକାର ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟ ରହିଛି । ଯେପରିକି ହରିତ ଲବକ (Chloroplast) ର ଖାଦ୍ୟ ପ୍ରସ୍ତୁତିକରଣ । ଏହି ସମସ୍ତ ଅଙ୍ଗିକାକୁ ନେଇ କୋଷ ଗଠିତ । ଏଣୁ କୋଷ ହିଁ ଜୀବନର ମୂଳ ଆଧାର ଓ ଜୀବର ସମସ୍ତ କ୍ରିୟା ପ୍ରକ୍ରିୟାର ମୌଳିକ ଏକକ ।
ଉଦ୍ଭିଦ କୋଷ |
ସାଧାରଣତଃ କୋଷକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି । ଯଥା :- ପ୍ରାକ୍
ନ୍ୟଷ୍ଟିୟ କୋଷ (Prokaryotic Cell) ଓ ସୁନ୍ୟଷ୍ଟିୟ
କୋଷ (Eukaryotic Cell) । ବାକ୍ଟେରିଆ, ନୀଲହରିତ ଶୈବାଳ ଆଦି ପ୍ରାକ୍ ନ୍ୟଷ୍ଟିୟ ହୋଇଥିବା ବେଳେ ଏକକୋଷୀ ଆଦିପ୍ରାଣୀ ଠାରୁ ଆରମ୍ଭ କରି
ବହୁକୋଷୀ କବକ , ଉଦ୍ଭିଦ ଓ ପ୍ରାଣୀ
ସମସ୍ତେ ସୁନ୍ୟଷ୍ଟିୟ ଅନ୍ତର୍ଗତ । ସର୍ବପ୍ରଥମେ ପ୍ରାକ୍ ନ୍ୟଷ୍ଟିୟ କୋଷ ତିଆରି ହୋଇଥିଲା ଏବଂ ତାଠାରୁ ହିଁ ସୁନ୍ୟଷ୍ଟିୟ
କୋଷର ସୃଷ୍ଟି ହୋଇଥିଲା । ପ୍ରାକ୍ ନ୍ୟଷ୍ଟିୟ କୋଷରେ କୋଷଝିଲ୍ଲୀ (Plasma Membrane), ନ୍ୟଷ୍ଟି (Nucleus) ଓ ଝିଲ୍ଲୀ ଆବୃତ ଆଙ୍ଗିକାଗୁଡିକ (Membrane
bounded organelles) ନଥାଏ । କିନ୍ତୁ ଏଗୁଡିକ
ସୁନ୍ୟଷ୍ଟିୟ କୋଷରେ ଭଲ ଭାବରେ ଦେଖାଯାଏ ।
କୋଷଝିଲ୍ଲୀ(CELL MEMBRANE)
କୋଷଝିଲ୍ଲୀ |
କୋଷର ବିଭିନ୍ନ ପଦାର୍ଥକୁ ଆବୃତ ଆକରୀ ରଖିଥିବା ଆବରଣକୁ କୋଷଝିଲ୍ଲୀ (Cell Membrane) କୁହାଯାଏ । ଏହା ଛିଦ୍ରଯୁକ୍ତ, ତେଣୁ ଏହା ବିଭିନ୍ନ ପଦାର୍ଥର ଯାତାୟାତରେ ସାହାଯ୍ୟ କରେ । ଏହାଦେଇ କେବଳ କେତେକ ନିର୍ଦ୍ଧିଷ୍ଟ ପଦାର୍ଥର ହିଁ ଗମନା ଗମନ ସମ୍ଭବ ହୋଇଥାଏ, ତେଣୁ ଏହାକୁ ଅର୍ଦ୍ଧପାରଗମ୍ୟ ଝିଲ୍ଲୀ ମଧ୍ୟ କୁହାଯାଏ । କୋଷଝିଲ୍ଲୀ ମଧ୍ୟମରେ ଗ୍ୟାସୀୟ ପଦାର୍ଥର ପରିବହନ ବିସରଣ (Diffusion) ପ୍ରକ୍ରିୟା ଦ୍ଵାରା ହେଉଥିବା ବେଳେ ଜଳ ଅଣୂର ପରିବହନ ପରାସରଣ (Osmosis) ପ୍ରକ୍ରିୟା ଦ୍ଵାରା ହୋଇଥାଏ । ଜଳ ଅଣୁ ସର୍ବଦା କମ୍ ଗାଢ ଅଞ୍ଚଳରୁ ଅଧିକ ଗାଢ ଅଞ୍ଚଳକୁ ଯାଇଥାଏ । ଏତତ୍ ବ୍ୟତୀତ ଆଉ କେତେକ ପଦାର୍ଥ ସକ୍ରିୟ ପରିବହନ (Active Transport) ଦ୍ଵାରା ଯାତାୟାତ କରିଥାଏ ।
କୋଷଭିତ୍ତି(CELL WALL)
ଉଦ୍ଭିଦ
କୋଷରେ କୋଷଝିଲ୍ଲୀ ବାହାର ପଟେ ଏକ ସକ୍ତ ଆବରଣ ଦେଖାଯାଏ ଏହାକୁ କୋଷଭିତ୍ତି (Cell Wall) କୁହାଯାଏ । ଏହା ସେଲ୍ୟୁଲୋଜ (Cellulose) ନାମକ ଏକ ଶ୍ଵେତସାର ଦ୍ଵାରା ଗଠିତ। ଏହା କେବଳ ଉଦ୍ଭିଦ କୋଷ ଏବଂ ବାକ୍ଟେରିଆ କୋଷରେ ହିଁ ଦେଖାଯାଏ ।
ଏହା କୋଷକୁ ଦୃଢତା ଓ ଆକୃତି ଦେଇଥାଏ
କୋଷଜୀବକ (CYTOPLASM)
କୋଷଜୀବକ, କୋଷଝିଲ୍ଲୀ ଓ ନ୍ୟଷ୍ଟି ମଧ୍ୟରେ ରହିଥାଏ । ଏହା ସାଧାରଣତଃ ସ୍ଵଚ୍ଛ, ତରଳ ଓ ଗତିଶୀଳ । ଏଥିରେ ଉଭୟ ଜୈବିକ ଓ ଅଜୈବିକ ଉପାଦାନ ରହିଛି । କୋଷଜୀବକ ମଧ୍ୟରେ ଅନେକ କୋଷଅଙ୍ଗିକା ରହିଛି ଯଥା :- ମାଇଟୋକଣ୍ଡ୍ରିଆ(maitochondria), ରାଇବୋଜୋମ୍ (Ribosome), ଗଲଗିବଡି (galgibody) , ଏଣ୍ଡୋପ୍ଳାଜମିକ ରେଟିକୁଲମ (Endoplasmic Reticulum), ରସଧନୀ (Vacuole), ଲବକ (Plastid) ଇତ୍ୟାଦି । ଏତତ୍ ବ୍ୟତୀତ ପୁଷ୍ଟିସାର (Protein), ମାଇକ୍ରୋଫିଲାମେଣ୍ଟ (Microfilament) ଇତ୍ୟାଦି ମଧ୍ୟ ରହିଥାଏ । ଏହି କୋଷଅଙ୍ଗିକା ଗୁଡିକୁ ଦେଖିବା ପାଇଁ ଇଲେକଟ୍ରନ ଅଣୁବୀକ୍ଷଣ ଯନ୍ତ୍ରର ଆବଶ୍ୟକ ପଡିଥାଏ ।
ମାଇଟୋକଣ୍ଡ୍ରିଆ (MITOCHONDRIA)
ଏହା ସମସ୍ତ ସୁନ୍ୟଷ୍ଟିୟ
କୋଷରେ ଦେଖାଯାଏ, କିନ୍ତୁ ପ୍ରକ୍ ନ୍ୟଷ୍ଟିୟ
କୋଷରେ ଦେଖାଯାଏ ନାହିଁ । ଏହାର ଆକାର ସିଲିଣ୍ଡର ବା
କାକୁଡି ଆକୃତିର । ଏହାର ଝିଲ୍ଲୀ
ଦ୍ଵିସ୍ତରୀୟ, ବାହାର ଝିଲ୍ଲୀଟି ଛିଦ୍ରଯୁକ୍ତ ଓ ଚିକ୍କଣ ହୋଇଥିବା ବେଳେ
ଅନ୍ତଃସ୍ତର ଝିଲ୍ଲୀଟି ଭିତର ପଟକୁ ଭାଙ୍ଗିହୋଇ ଆଙ୍ଗୁଠି ଭଳି ଲମ୍ବିଥାଏ, ଏଗୁଡ଼ିକୁ କ୍ରିଷ୍ଟା କୁହାଯାଏ । ଏହି କ୍ରିଷ୍ଟାଠାରେ ଅମ୍ଳଜାନର ଜାରଣ ହୋଇ ଶକ୍ତି (ATP) ଉତ୍ପନ୍ନ ହୋଇଥାଏ । ATP କୁ କୋଷର ଶକ୍ତିମୁଦ୍ରା କୁହାଯାଏ । ଯେହେତୁ ମାଇଟୋକଣ୍ଡ୍ରିଆଠାରେ ଶକ୍ତିମୁଦ୍ରା ବା ATP ତିଆରି ହୁଏ , ତେଣୁ ମାଇଟୋକଣ୍ଡ୍ରିଆକୁ କୋଷର ଶକ୍ତିକେନ୍ଦ୍ର କୁହାଯାଏ । ମାଇଟୋକଣ୍ଡ୍ରିଆର ନିଜସ୍ଵ DNA ଅଣୁ ଓ ରାଇବୋଜୋମ ଥିବାରୁ ଏହାକୁ ଅର୍ଦ୍ଧସ୍ଵଂଚାଳିତ ଅଙ୍ଗିକା ମଧ୍ୟ କୁହାଯାଏ ।
ରସଧାନୀ (VACUOLE)
ସମସ୍ତ ଉଦ୍ଭିଦ ଓ କେତେକ ଆଦିପ୍ରାଣୀମାନଙ୍କ ଠାରେ ଅନେକ ଛୋଟ ବଡ
ଥଳି ରହିଥାଏ । ସେଗୁଡିକୁ ରସଧାନୀ (Vacuole) କୁହାଯାଏ । ଏହି ଥଳି ଭିତରେ ବିଭିନ୍ନ
ପ୍ରକାରର ଦ୍ରବଣ ଓ ତରଳ ପଦାର୍ଥ ରହିଥାଏ । ପ୍ରତ୍ୟେକ ରସଧାନୀ ଏକ ଆବରଣ ଦ୍ଵାରା ଆବୃତ । ଏକକୋଷୀ ଆଦିପ୍ରାଣୀମାନଙ୍କ ଠାରେ ସଙ୍କୋଚ ରସଧାନୀ (Contractile Vacuole) ଓ ଖାଦ୍ୟ ରସଧାନୀ (Food Vacuole) ନାମକ ଦୁଇଟି ରସଧାନୀ ରହିଥାଏ । ଯାହାକି ଜଳ ଓ ଖାଦ୍ୟ ପଚନକୁ ନିୟନ୍ତ୍ରଣ କରିଥାନ୍ତି, ଯଥାକ୍ରମେ । ଉଦ୍ଭିଦ କୋଷର ରସଧାନୀ
ସାଧାରଣତଃ ବଡ ଥାଏ ଓ ଏହା କୋଷର ସ୍ଫୀତି ଓ ଦୃଢତା ବଢାଏ ।
ଏଣ୍ଡୋପ୍ଲାଜମିକମିକ ରେଟିକୁଲମ (ENDOPLASMIC RETICULUM)
ଏହା ଜାଳିକା ପ୍ରକୃତିର, ଏହି ଜାଳିକା ନ୍ୟଷ୍ଟିର ବାହାର ଆବରଣ ସହ ଯୋଡିହୋଇ କୋଷଝିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ
ଦିଗରେ ବିସ୍ତୃତ ହୋଇ ରହିଥାଏ । ଏହା ଦୁଇପ୍ରକାରର ଯଥା :- ମସୃଣ E.R. ଓ ଅମସୃଣ E.R. । ଏମାନେ ଦୁହେଁ ପରସ୍ପର ସହ ଯୋଡିହୋଇ ରହିଥାନ୍ତି । ଅମସୃଣ ER ର ଉପରେ ରାଇବୋଜୋମ ରହିଥାଏ , ତେଣୁ ଏହା ଅମସୃଣ । କିନ୍ତୁ ମସୃଣ ER ର ଆବରଣ ଉପରେ ନଥାଏ , ତେଣୁ ଏହା ମସୃଣ । ER କୋଷ ଭିତରେ
ବିଭିନ୍ନ ପଦାର୍ଥର ଯାତାୟାତରେ ସାହାଯ୍ୟ କରେ ଓ କୋଷଝିଲ୍ଲୀ ତିଆରିରେ ମଧ୍ୟ ସାହାଯ୍ୟ କରିଥାଏ ଯାହାକୁ ଝିଲ୍ଲୀ
ନିର୍ମାଣ ପ୍ରକ୍ରିୟା କୁହାଯାଏ । ER ଭିତରେ ବିଭିନ୍ନ ଦୂଷିତ ପଦାର୍ଥର ମଧ୍ୟ ବିନାଶ ଘଟିଥାଏ ।
ଗଲଗିବଡି (GOLGIBODY)
ଏଗୁଡିକ ଚକ୍ରାକାର ଥଳି, ଚେପଟା ନଳୀ କିମ୍ବା
ସୂକ୍ଷ୍ମ ଜାଳିକା ପରି ହୋଇ ଗୋଟିଏ ଉପରେ ଗୋଟିଏ ସମାନ୍ତରାଳ ଭାବରେ ER ପାଖରେ ରହିଥାନ୍ତି । ଏମାନଙ୍କ ଝିଲ୍ଲୀ ER ସହିତ ସଂଯୋଗ ହୋଇ ବିଭିନ୍ନ ଦରକାରୀ ପଦାର୍ଥର ଆଦାନ
ପ୍ରଦାନରେ ସାହାଯ୍ୟ କରିଥାନ୍ତି । ଉଦ୍ଭିଦ
କୋଷରେ ଥିବା ଗଲଗିବଡିକୁ ଦିକ୍ଟିଓଜୋମ (Dictosome) କୁହାଯାଏ । ଏଗୁଡିକ କୋଷଭିତ୍ତି ତିଆରିରେ ସାହାଯ୍ୟ କରିବା ସହିତ
ବିଭିନ୍ନ ପ୍ରକାରର ଏନଯାଇମ୍ କ୍ଷରଣ କରିଥାନ୍ତି ।
ରାଇବୋଜୋମ (RAIBOSOME)
ରାଇବୋଜୋମର ଆକାର
କ୍ଷୁଦ୍ର ଦାନା ସଦୃଶ୍ୟ । ଏଗୁଡିକ ଅମସୃଣ ER ସହିତ ମିଶି ତା ଉପରେ କିମ୍ବା କୋଷାଜୀବକରେ ସ୍ଵାଧୀନ ଭାବରେ ରହିଥାନ୍ତି । କିଛି RNA ରାଇବୋଜୋମ ସହିତ ମିଶି ରାଇବୋଜୋମାଳ୍ RNA (Ribosomal RNA) ତିଆରି କରିଥାନ୍ତି । DNA ଅଣୁର ନିର୍ଦ୍ଧେଶରେ
ବାର୍ତ୍ତାବହ RNA (mRNA) ରାଇବୋଜୋମ ସହ ମିଶି ପୁଷ୍ଟିଷାର ତିଆରି କରିଥାନ୍ତି । ଏହା ଏକ ଜଟିଳ ପ୍ରକ୍ରିୟା, ଏଥିପାଇଁ ଅନ୍ୟଏକ
ପ୍ରକାରର RNA / ସ୍ଥାନାନ୍ତର RNA (tRNA) , ଏମିନୋ ଅମ୍ଳ (Amino Acid) ଓ କେତେକ ଏନଯାଇମ୍ ସହ ମିଶି ପୁଷ୍ଟିଷାର ସଂଶ୍ଲେଷଣ କରିଥାନ୍ତି
।
ଲାଇସୋଜୋମ (LYSOSOME)
ଲାଇସୋଜୋମ୍ ବହୁଳ ଭାବରେ ପ୍ରାଣୀ କୋଷରେ ଦେଖିବାକୁ ମିଲେ । ଏହା ଏକ ଝିଲ୍ଲୀ ଦ୍ଵାରା ଆବୃତ ହୋଇ ରହିଥାଏ । ଏଥିରେ ଅନେକ ପ୍ରକାରର ପାଚକ ଏନଯାଇମ୍ ରହିଥାଏ । କୌଣସି କାରଣରୁ ଜୀବକୋଷଟି କ୍ଷତିଗ୍ରସ୍ତ କିମ୍ବା ରୁଗ୍ଣ ହୋଇଗଲେ ଲାଇସୋଜୋମ୍ ରେ ଥିବା
ପାଚକ ଏନଯାଇମ୍ ଜୀବକୋଷର ବିଭିନ୍ନ ଜୈବିକ ପଦାର୍ଥର ପଚନ
ଘଟାଇଥାନ୍ତି, ତେଣୁ ଲାଇସୋଜୋମ୍ କୁ ପାଚକଥଳି କୁହାଯାଏ । ଜୀବକୋଷର
ଜୈବିକ ପଦାର୍ଥକୁ ନଷ୍ଟ କରିବା ସହିତ ସେ ନିଜର ମଧ୍ୟ କ୍ଷତି ଘଟାଇ ଥାଏ ଏବଂ ଶେଷରେ ସେ ନିଜେ ମରିଯାଏ, ତେଣୁ ଲାଇସୋଜୋମ୍ କୁ ଆତ୍ମଘାତୀ ଥଳି ମଧ୍ୟ
କୁହାଯାଏ ।
ଲବକ (PLASTID)
ଲବକ ମୁଖ୍ୟତଃ ଉଦ୍ଭିଦ କୋଷରେ ଦେଖାଯାଏ । ଏହା ସାଧାରଣତଃ ଦୁଇ ପ୍ରକାରର ଯଥା :- ବର୍ଣ୍ଣହୀନ ଲବକ ଓ ରଙ୍ଗୀନ ଲବକ । ବର୍ଣ୍ଣହୀନ ଲବକ ଉଦ୍ଭିଦର ଧଳା ବା ବର୍ଣ୍ଣହୀନ ଅଞ୍ଚଳରେ ଦେଖାଯାଏ ଯେପରିକି ମୂଳ ବା
ଚେର ଓ ଏହା
ଉଦ୍ଭିଦର ଖାଦ୍ୟକୁ ଭର୍ତ୍ତି କରି ରଖିବାରେ ସାହାଯ୍ୟ କରିଥାଏ । ରଙ୍ଗୀନ ଲବକ ଉଦ୍ଭିଦର ରଙ୍ଗୀନ ଅଂଶରେ ଦେଖିବାକୁ ମିଳିଥାଏ । ଏହା ଉଦ୍ଭିଦର
ସୌନ୍ଦର୍ଜ୍ୟ ବଢାଇବା ସହିତ ଆଲୋକଶ୍ଲେଷଣ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ରଙ୍ଗୀନ ଲବକ
ଭିତରେ ଓ ଗୋଟିଏ ଲବକକୁ ମଧ୍ୟ ରଖାଯାଇଛି ଯାହାକୁ
ହରିତ ଲବକ କୁହାଯାଏ । ସାଧାରଣତଃ ହରିତ ଲବକ ହିଁ ଆଲୋକଶ୍ଳେଷଣ
ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ଏହା ଉଦ୍ଭିଦର
ସବୁଜ ଅଂଶରେ ଦେଖାଯାଇଥାଏ । ଲବକ
ନ୍ୟଷ୍ଟି (NUCLEUS)
ନ୍ୟଷ୍ଟି ଜୀବକୋଷର ଏକ ମୁଖ୍ୟ ଅଙ୍ଗିକା । ଏହା ସାଧାରଣତଃ ଦ୍ଵିସ୍ତରୀୟ ଝିଲ୍ଲୀ ଦ୍ଵାରା ଆବୃତ ହୋଇ ରହିଥାଏ । ଏହି ଝିଲ୍ଲୀ ଛିଦ୍ରଯୁକ୍ତ, ଯାହାକି ବିଭିନ୍ନ
ଦରକାରୀ ପଦାର୍ଥର ଆଦାନ ପ୍ରାଦାନରେ ସାହାଯ୍ୟ କରିଥାଏ । ନ୍ୟଷ୍ଟିର ଗଠନ ଅନୁସାରେ କୋଷକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା :- ପ୍ରାକ୍
ନ୍ୟଷ୍ଟିୟ କୋଷ ଓ ସୁନ୍ୟଷ୍ଟିୟ କୋଷ । ସୁନ୍ୟଷ୍ଟିୟ କୋଷରେ ନ୍ୟଷ୍ଟି ଭଲ ଭାବରେ ସଂଗଠିତ ହୋଇ ରହିଥିବା ବେଳେ ପ୍ରାକ୍ ନ୍ୟଷ୍ଟିୟ
କୋଷରେ ଏହା ହୋଇ ନଥାଏ । ଏ ବିଷୟରେ ଆମେ ଆଗରେ
ଆଲୋଚନା କରିସାରିଛେ । ନ୍ୟଷ୍ଟି ଭିତରେ କ୍ରୋମୋଜୋମ୍ (Chromosome) ରହିଥାଏ । ନ୍ୟଷ୍ଟି
ଜୀବକୋଷର ମୁଖ୍ୟ ଅଙ୍ଗିକା ଅଟେ, କାରଣ କୋଷର ସମସ୍ତ କାର୍ଯ୍ୟକୁ ନ୍ୟଷ୍ଟି ନିୟନ୍ତ୍ରଣ କରିଥାଏ । ନ୍ୟଷ୍ଟି
ସୁନ୍ୟଷ୍ଟିୟ ଓ ପ୍ରାକ୍ ନ୍ୟଷ୍ଟିୟ କୋଷ
କ୍ରୋମୋଜୋମ୍ (CHROMOSOME)
ପ୍ରତ୍ୟେକ ଜୀବର କୋଷରେ ଏକ ନିର୍ଦ୍ଧିଷ୍ଟ ସଂଖ୍ୟକ କ୍ରୋମୋଜୋମ୍
ରହିଛି । ଯେପରିକି ମଣିଷର 23 ଯୋଡା ବା 46 ଟି । ଏହି ସଂଖ୍ୟାକୁ ଦ୍ଵିଗୁଣିତ (2n) ବା ଅଗୁଣିତ (n) ଭାବରେ ଧରାଯାଏ । ଦ୍ଵିଗୁଣିତ କ୍ରୋମୋଜୋମ୍
ସଂଖ୍ୟା କାୟିକ ବା ସୋମାଟିକ କୋଷରେ ରହିଥିବା ବେଲେ ଏକଗୁଣିତ କ୍ରୋମୋଜୋମ୍ ସଂଖ୍ୟା ଜନନ କୋଷରେ
ରହିଥାଏ । କ୍ରୋମୋଜୋମ୍ ସାଧାରଣ ଅବସ୍ଥାରେ ଦେଖାଯାଏ ନାହିଁ, ଏହା କୋଷବିଭାଜନ ସମୟରେ କୁନ୍ତଳିତ ହୋଇଥାଏ ତେଣୁ ଏ ଅବସ୍ଥାରେ ଭଲ ଭାବରେ ଦେଖାଯାଏ । କ୍ରୋମୋଜୋମ୍ ର ମଧ୍ୟଭାଗକୁ ସେଣ୍ଟ୍ରୋମିଅର (Centromere) ଓ ଅଗ୍ରଭାଗକୁ ଟିଲୋମିଅର (Telomere) କୁହାଯାଏ । କ୍ରୋମୋଜୋମ୍ ଭିତରେ DNA ରହିଥାଏ , ଯାହାକି ଏକ ଜୀବର ଗୁଣ ନିର୍ଧାରଣ କରିଥାଏ । କ୍ରୋମୋଜୋମ
إرسال تعليق